ଭାରତ

ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ

(ଅଯୋଧ୍ୟା) : ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ । ଆଜି ରବିବାର ଛୁଟିଦିନ ଥିବାରୁ ସକାଳୁ ସକାଳୁ ରାମ ମନ୍ଦିର ପରିସରରେ ବେଶ ଭିଡ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ ରାମଲାଲାଙ୍କ ଆଳତୀ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦେୟମୁକ୍ତ ରହିଥିବା ବେଳେ ଉଭୟ ଅଫଲାଇନ ଅନଲାଇନରେ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ରହିଛି ।

ସୂଚନାନୁଯାୟୀ , ମନ୍ଦିର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ଏହି ଭିଡ ଆଗାମୀ ଦିନରେ ଆହୁରି ବଢ଼ିବାରେ ଅନୁମାନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ଏହି ସବୁ ଭିତରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି ।

Related posts

ଦିଲ୍ଳୀପ କୁମାର କହିବାରୁ ଗୋବିନ୍ଦା ଫେରାଇ ଦେଇଥିଲେ ୨୫ ଫିଲ୍ମର ସାଇନିଂ ଟଙ୍କା

mahabharatanews

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

ଯାତ୍ରୀଙ୍କୁ ଡାଇରିଆ ହେତୁ ଜରୁରୀ ଅବତରଣ କଲା ବିମାନ

mahabharatanews