ଭୁବନେଶ୍ୱର: ଏବେ ପରୀ ହତ୍ୟାକାଣ୍ଡକୁ ରାଜ୍ୟ ରାଜନୀତି ସରଗରମ । ଏହାରି ମଧ୍ୟରେ ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି ନୟାଗଡରେ ତଦନ୍ତ ଚଳାଇଛି । ଏହାରି ମଧ୍ୟରେ ପରୀ ହତ୍ୟାକାରୀକୁ ଧରାଇଦେଲେ ତଥା ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ବୋଥ୍ରା ଏହା ଘୋଷଣା କରିଥିବା ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା ଦେଇଛନ୍ତି ।
ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଅଧିକାରୀଙ୍କୁ ନେଇ ଏସଆଇଟି ଟିମ୍ ଗଠନ କରାଯାଇଛି । ଏଥିରେ କ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବ, କ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସାମିଲ ଅଛନ୍ତି ।
SR