ଭାରତ

ଘାଟିରେ ଖସିଲା କ୍ୟାବ; ୧୦ ଯାତ୍ରୀ ମୃତ

(ଜମ୍ମୁ) : ଗଭୀର ଖାତକୁ ଖସିଲା କ୍ୟାବ୍। ଫଳରେ ୧୦ଜଣ ଯାତ୍ରୀଙ୍କ ହେଲା ମୃତ୍ୟୁ। ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାତକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ ,ଜମ୍ମୁ କଶ୍ମୀରର ରାମବନ୍ ଅଞ୍ଚଳର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି ଏବଂ ଗାଡିଟି ପ୍ରାୟ ୩୦୦ମିଟର ତଳକୁ ଖସିପଡିଥିବା ସାମ୍ନାକୁ ଆସିଛି। ବିପର୍ଯ୍ୟୟ ମୁକାବିଲା ଟିମ୍ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଗାଡ଼ି ଚାଳକ ୪୭ବର୍ଷୀୟ ବଲୱାନ ସିଂହ ଓ ଅନ୍ୟଜଣେ ବିହାରର ବିପିନ ମୁଖିଆ ବୋଲି ଜଣାପଡ଼ିଛି। ତେବେ ଲାଗାତାର ବର୍ଷା ହେଉଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରୁଛି ପୁଲିସ ।

Related posts

ମନୋଜ ତିୱାରୀଙ୍କୁ ଟକ୍କର ଦେବେ କହ୍ନେୟା କୁମାର

mahabharatanews

ମଣିପୁର ହିଂସା: ସ୍କୁଲ୍‌ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା 

mahabharatanews

 ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

mahabharatanews