ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବାଲେଶ୍ବର, ପୁରୀ, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ଅନ୍ୟ ୨ କରୋନା ରୋଗୀଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ସେମାନେ ହେଲେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ପୁରୁଷ, ଯାହାଙ୍କ ମୃତ୍ୟୁ ବାମ ଭେଣ୍ଟ୍ରିକୁଲାର ଡିସଫଙ୍କସନ ସହିତ ଆକ୍ୟୁଟ୍ ମାୟୋକାର୍ଡିଆଲ୍ ଇନଫାର୍କସନ ଯୋଗୁଁ ହୋଇଛି । ସେହିପରି ନବରଙ୍ଗପୁରର ୬୭ ବର୍ଷୀୟ ବୃଦ୍ଧ ଯାହାଙ୍କ ମୃତ୍ୟୁ ଜଟିଳ କିଡନୀ ରୋଗ କାରଣରୁ ହୋଇଛି ।
୧୦ କରୋନାଜନିତ ମୃତ୍ୟୁରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ୩ ମୃତକଙ୍କ ମଧ୍ୟରେ ୭୨ ବର୍ଷୀର୍ୟ ବୃଦ୍ଧ, ଯିଏ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ, ୬୪ ବର୍ଷୀୟ ହାଇପରଟେନସନରେ ପୀଡିତ ବୃଦ୍ଧ, ୫୨ ବର୍ଷୀୟ ପୁରୁଷ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ଥିଲେ । ସେହିପରି ଖୋର୍ଦ୍ଧାରୁ ଜଣେ ଡାଇବେଟିସରେ ପୀଡିତ ୫୫ ବର୍ଷୀୟା ମହିଳା, ୨୬ ବର୍ଷୀୟା ମହିଳା ହାଇପରଟେନସନ ଓ କିଡନୀ ରୋଗରେ ପୀଡିତା ଓ ୮୦ ବର୍ଷୀୟ ବୃଦ୍ଧ ହାଇପରଟେନସନ, ବ୍ରୋଙ୍କିଆଲ ଆସ୍ତମା, ପୋଷ୍ଟ୍ରେଟ, ପୁରୁଣା ସେରେବୋ ଭାସ୍କୁଲାର ଆକ୍ସିଡେଣ୍ଟରେ ପୀଡିତ ଥିଲେ ତାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୫୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ କରୋନାରେ ହୋଇଥିବା ବେଳେ ବାଲେଶ୍ୱରର ଜଣେ ୫୮ ବର୍ଷୀୟ ପୁରୁଷ ଡାଇବେଟିସ ଓ ହାଇପର ଟେନସନରେ ପୀଡିତ ଥିଲେ ତାଙ୍କ ମୃତ୍ୟୁ ହୋଇଛି । ସେହିପରି ପୁରୀରୁ ଜଣେ ୫୬ ବର୍ଷୀୟ ପୁରୁଷ ଯିଏ ହାଇପରଟେନସନ, ଡାଇବେଟିସ ଓ କିଡନୀ ରୋଗରେ ପୀଡିତ ଥିଲେ ଓ ରାୟଗଡାରୁ ଜଣେ ୪୭ ବର୍ଷୀୟ ପୁରୁଷ ଡାଇବେଟିସରେ ପୀଡିତ ସେମାନଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୪୨୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୯୨୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।
previous post
next post