ଓଡିଶା

ଗଛରେ ପିଟି ହେଲା ବସ୍, ୧୦ ଯାତ୍ରୀ ଆହତ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ‘ଚକାଡୋଳା’ ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ବସଟି ଓଲଟି ପଡିଥିଲା । ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିଲା । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Related posts

ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ

mahabharatanews

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା

mahabharatanews

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

mahabharatanews