Uncategorized

ଆଖି ପିଛୁଳାକେ ଜଳିଗଲେ ୧୦

ଅହମ୍ମଦାବାଦ(ମହାଭାରତ): ଗୁଜୁରାଟର ଅହମ୍ମଦାବାଦରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରୋଷେଇ ଘରେ ଗ୍ୟାସ ଲିକ ହେବାରୁ ଚାଲିଯାଇଛି ପରିବାରର ୭ଟି ମଲ୍ୟବାନ ଜୀବନ । କ୍ଷଣିକ ସମୟ ମଧ୍ୟରେ ଏପରି ଏକ ମର୍ମନ୍ତୁଦ ଘଟରା ଘଟଯାଇଛି ଏହି ଅଞ୍ଚଳରେ ।
ଅହମ୍ମଦାବାଦ ନଗର ଥାନା ଅନ୍ତର୍ଗତ ଏକ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଥିବା ଏକ ରୁମରେ ଶୋଇଥିଲେ । ଏହି ସମୟରେ ରୁମ ଭିତରେ ଥିବା ଏଲପିଜି ଗ୍ୟାସ ଲିକ ହୋଇଥିଲା । ଏହା ଜାଣିପାରି ପାଖ ରୁମର ଶ୍ରମିକମାନେ ତାଙ୍କୁ ଉଠାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଉଠି ଲାଇଟ ସୁଇଚ ଅନ କରିବା ମାତ୍ରେ ହଠାତ ହୋଇଥିଳା ବିସ୍ଫୋରଣ । କିଛି ବୁଝିବା ଆଗରୁ ସବୁ କିଛି ଛାରଖାର ହୋଇଯାଇଥିଲା । ଲାଇଟ ସୁଇଚ ଅନ କରିବା ମାତ୍ରେ ସେଥିରୁ ସର୍ଟ ସର୍କିଟ ହୋଇ ଲିକ ହେଉଥିବା ଗ୍ୟାସରେ ନିଆଁ ଧରି ନେଇଥିଲା । ଶ୍ରମିକମାନେ କିଛି ବୁଝିବା ଆଗରୁ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଉପସ୍ଥିତ ଲୋକେ ।
ଏହି ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ୧୦ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ଗତକାଲି ପ୍ରାଣ ହରାଇଥିବା ୨ ବ୍ୟକ୍ତିଙ୍କୁ ମିଶାଇ ମୋଟ ୭ ଜଣ ଏହି ଦୁର୍ଘଟଣାର ଶିକାର ହୋଇସାରିଛନ୍ତି । ଯେଉଁଥିରେ ଗୋଟଠି, ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଏ ଘଟଣା ଗତ ଜୁଲାଇ ୨୦ ତାରିଖରେ ଘଟିଥିବା ସୂଚନା ଦେଇଛନ୍ତି ଆସଲାଲି ପୋଲିସ ଷ୍ଟେସନର ଥାନା ଅଧିକାରୀ ।

Related posts

ବାହୱାଲପୁରରେ ଲୁଚିଛି ଆତଙ୍କୀ ମାସୁଦ: ଗୁଇନ୍ଦା ରିପୋର୍ଟ

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

mahabharatanews

Leave a Comment