ଓଡିଶା

ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା 

(ଭୁବନେଶ୍ୱର) : ୧୦୮ ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ଣା କଲେ ରାଜ୍ୟ ସରକାର । ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ । ଏଣିକି ଡ୍ରାଇଭର ଏବଂ ଟେକ୍ନିସିଆନଙ୍କୁ ମାସିକ ମିଳିବ ୫ ହଜାର ଟଙ୍କା । ଆମ୍ବୁଲାନ୍ସ ହେଲପରଙ୍କୁ ମାସିକ ମିଳିବ ୩ ହଜାର ଟଙ୍କା । ଚଳିତ ଫେବ୍ରୁଆରିରୁ ଏହା ଲାଗୁ ହେବ । ବେସିକ ଦରମା ବାଦ ସେମାନେ ଏହି ଭତ୍ତା ପାଇବେ । ଏହି ଅର୍ଥ ରାଜ୍ୟ ଆମ୍ବୁଲାନ୍ସ ଷ୍ଟାଫ ପାଣ୍ଠିରୁ ପ୍ରଦାନ କରାଯିବ ।

ସୂଚନାନୁଯାୟୀ , ସ୍ୱତନ୍ତ୍ର ଭତା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ଦେଇଛନ୍ତି । ଜରୁରୀକାଳୀନ ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀମାନେ ଉଲ୍ଳେଖନୀୟ କାମ କରିଆସୁଛନ୍ତି । ଏପରକି କୋଭିଡ ସମୟରେ ଆମ୍ବୁଲାନ୍ସ କର୍ମଚାରୀମାନେ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଜରୁରୀ ମେଡିକାଲ ଆମ୍ବୁଲାନ୍ସ ସେବା ପାଲଟିଛି ଲାଇଫଲାଇନ । ରାଜ୍ୟରେ ବର୍ତ୍ତମାନ ୪୧୧ ଏଏଲଏସ ଆମ୍ବୁଲାନ୍ସ ସମେତ ୧୩୬୬ଟି ଆମ୍ବୁଲାନସ ଓ ୬ଟି ବୋଟ ଆମ୍ବୁଲାନ୍ସ ରହିଛି । ପ୍ରତିମାସରେ ପ୍ରାୟ ୧ ଲକ୍ଷ ୩୦ ହଜାର ରୋଗୀଙ୍କୁ ସେବା ଯୋଗାଉଛି ୧୦୮ ଆମ୍ବୁଲାନ୍ସ ।

Related posts

ଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରା

mahabharatanews

ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

mahabharatanews

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews