ଓଡିଶା

ଗାଧୋଇବାକୁ ଯାଇ ନାବାଳକ ନିଖୋଜ

ଭୁବନେଶ୍ୱର: ନିଆଳି ସଡ଼ାଂଶ ପଞ୍ଚାୟତ ପାଟେଳି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଦେବୀ ନଦୀକୁ ଗାଧୋଇବାକୁ ଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗତକାଲି ପିଲାଟି ନଦୀକୁ ଗାଧୋଇବାକୁ ଯାଇଥିଲା କିନ୍ତୁ ସେ ଆଉ ଘରକୁ ଫେରିନଥିଲା । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଛାତ୍ର ଜଣଙ୍କର ପତା ମିଳିନଥିଲା । ଆଜି ସକାଳୁ ନଦୀ ପଠାରୁ ଗାଁ ଲୋକେ ପିଲାଟିର ସାର୍ଟ, ଚପଲ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାମ ଜାରି ରଖିଛନ୍ତି । ଛାତ୍ର ସୁଭମ୍ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଦେଇଥିଲା ।

Related posts

ଗତ ୨୪ ଘଣ୍ଟାରେ ଦେଶରୁ ୧୬୯ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ସଚେତନତା ରଥ ଶୁଭାରମ୍ଭ

mahabharatanews

୨୪ ଘଣ୍ଟାରେ ୩୨୩୫ କରୋନା ପଜିଟିଭ ଚିହ୍ନଟ

mahabharatanews