ଛତିଶଗଡ: ଛତିଶଗଡ଼ର ଦନ୍ତେୱାଡାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଛତିଶଗଡର ଦନ୍ତେୱାଡା ଜିଲ୍ଲାର ଅରନପୁର ନିକଟରେ DRG (ଜିଲ୍ଲା ରିଜର୍ଭ ଗାର୍ଡ) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ IED ଆକ୍ରମଣ ହୋଇଛି।ଦନ୍ତେୱାଡାର ଅରନପୁରରେ ଡିଆରଜି ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ମାଓବାଦୀମାନେ ଆଇଡି ଦ୍ବାରା ଆକ୍ରମଣ କରିଥିଲେ। ନକ୍ସଲମାନେ ଓଋଊ ରୋପଣ କରିଥିଲେ । ଏହି ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି।ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ମାଓବାଦୀମାନେ ଏଭଳି ଆକ୍ରମଣ କରି ଏଥିରୁ କେହି ରକ୍ଷା ପାଇବେ ନାହିଁ।
କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ ଆଜି ଦନ୍ତେୱାଡା ଅରନପୁର ପୋଲିସ ଷ୍ଟେସନ ଅଧୀନରେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ନକ୍ସଲ ବିରୋଧୀ ଅପରେସନ ପାଇଁ ଦନ୍ତେୱାଡାରୁ DRG ଫୋର୍ସ ପଠାଯାଇଥିଲା। ଫେରିବା ସମୟରେ ଅରନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ଓଋଊ ବିସ୍ଫୋରଣ ହୋଇଥିଲା, ୧୧ ଜଣ ଊଜଏ ଯବାନ ଏବଂ ଏହି ଅପରେସନରେ ସମ୍ପୃକ୍ତ ଡ୍ରାଇଭର ସହିଦ ହୋଇଥିଲେ। ଊଜଏ ଅର୍ଥ ଜିଲ୍ଲା ରିଜର୍ଭ ଗାର୍ଡ, ଯେଉଁମାନେ ଛତିଶଗଡ ପୋଲିସର ସ୍ୱତନ୍ତ୍ର କର୍ମଚାରୀ ଅଟନ୍ତି ।ସେମାନଙ୍କୁ କେବଳ ନକ୍ସଲମାନଙ୍କ ସହିତ ଲଢ଼ିବା ପାଇଁ ନିଯୁକ୍ତ କରାଯାଏ ।
previous post