Uncategorized

 ବିହାର, ଉତ୍ତର ପ୍ରଦେଶରେ ବଜ୍ରପାତ ଜନିତ  ମୃତ୍ୟୁ ୧୧୬ 

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । କିନ୍ତୁ ବର୍ଷର ପ୍ରଥମ ମୌସୁମୀ ବର୍ଷ। ବିହାର ଓ ଉତ୍ତରପ୍ରଦେଶରେ ଗତ ୨ଦିନ ମଧ୍ୟରେ ବ୍ୟାପକ ବିପର୍ଯ୍ୟୟ ସୃଷ୍ଟି କରିଛି । ଉଭୟ ରାଜ୍ୟରେ ବଜ୍ରପାତରେ ପ୍ରାୟ ୧୧୬ ଜଣଙ୍କର ମୃତ୍ୟୁ ହୋଇଛି। ବିହାରରେ ଝଡ଼ତୋଫାନ ଓ ବଜ୍ରପାତରେ ୯୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ଉତରପ୍ରଦେଶରେ ବଜ୍ରପାତ ଜନିତ ମୃତ୍ୟୁ ୨୪କୁ ବୃଦ୍ଧି ପାଇଛି ।
ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଗତକାଲି ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଉତରପ୍ରଦେଶରେ ବଜ୍ରପାତରେ ୨୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ଗତ ବୁଧବାର ମଧ୍ୟ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝଡ଼ତୋଫାନ ଓ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପାଇଁ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Related posts

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

mahabharatanews

ଦେଶରେ ଦିନକରେ ୭୫ ହଜାର ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରାଜ୍ୟସଭା ନିର୍ବାଚନ: ଭୋଟ ଅଧିକାର ସୁରକ୍ଷିତ ରଖିବାକୁ କଂଗ୍ରେସ ବିଧାୟକ କୋର୍ଟଙ୍କ ଦ୍ୱାରସ୍ଥ

mahabharatanews