ଓଡିଶା

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

(କଣ୍ଟାବାଞ୍ଜି) : କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ପ୍ରତିବାଦରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ନଗର କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳିତ ହେଉଛି। ଆଜି କେବଳ ଦୋକାନ, ବଜାର ବନ୍ଦ ରହିବ। କିନ୍ତୁ ସ୍କୁଲ ଓ କଲେଜ ସହ ସରକାରୀ ଅନୁଷ୍ଠାନ ଖୋଲା ରହିବ ବୋଲି ଜଣାଯାଇଛି। ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରୁଥିବା ପରିଲକ୍ଷିତ ହୋଇଛି।

ସୂଚନାନୁଯାୟୀ , ବନ୍ଦ ପାଳନରେ ଶତାଧିକ କଂଗ୍ରେସ କର୍ମୀ , ବିଧାୟକଙ୍କ ସମର୍ଥକ ସାମିଲ ଥିବା ଦେଖିବାକୁ ମିଳିଛି।  ଏବେ କଣ୍ଟାବାଞ୍ଜି ରେ ଜନଜୀବନ ପ୍ରଭାବିତ ହୋଇଛି। ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଥିଲା। ତାଙ୍କୁ ହତ୍ୟା ଧମକ ନେଇ ସହରର ଦୁଇଟି ସ୍ଥାନରେ ବ୍ୟାନର ଲାଗିଥିଲା। ଏଥିରେ ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ଉଲ୍ଲେଖ ରହିଥିଲା। କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟର ବାହାରେ ଥିବା ଏକ ଦୋକାନରେ ବ୍ୟାନର ଲାଗିଛି। ବ୍ୟାନର ଧଳା ରଙ୍ଗର ଥିବା ବେଳେ ଏଥିରେ ଲାଲ ଅକ୍ଷରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ହତ୍ୟା କରିବି ବୋଲି ଲେଖା ରହିଛି।

Related posts

ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ରାଜନୈତିକ ଶତୃତାକୁ ନେଇ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

mahabharatanews

କରୋନା ପାଇଁ ଥାନାରେ ବାହା ହେଲେ ଏସଆଇ

mahabharatanews