ଓଡିଶା

ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଭୁବନେଶ୍ୱରରୁ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଥିବା ବେଳେ ୫୨ ଜଣ ଲୋକାଲ ରହିଛନ୍ତି ଓ ୫୪ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଓଲଡଟାଉନ ମହତାବ ରୋଡରୁ ଜଣେ, ନୟାପଲି ସିତାପୁର ବସ୍ତୀରୁ ୮, ଶୈଳଶ୍ରୀବିହାରରୁ ଜଣେ, ନୟାପଲ୍ଲୀରୁ ଜଣେ ବୃଦ୍ଧ, କୋଳଥିଆ ଘରୋଇ ହସ୍ପିଯାଲ ର୍କମଚାରୀ ଜଣେ, ୟୁନିଟ-୪ରୁ ୪ ଜଣ, ସହିଦ ନଗରରୁ ୪, ଲକ୍ଷ୍ମୀ ବିହାର ବସ୍ତୀରୁ ୧, ପୋଖରିପୁଟ ୧, ନୟାପଲ୍ଲୀ୨, ନୟାପଲ୍ଲୀ ବଳରାମ ବିହାର୨, ଘରୋଇ ହସ୍ପିଟାଲରୁ ୩, ୟୁନିଟ-୩ରୁ ୧, ୟୁନିଟ-୯ରୁ ଜଣେ, ସୌଭାଗ୍ୟ ନଗର ଘରୋଇ ହସ୍ପିଟାଲରୁ ଜଣେ, ବରମୁଣ୍ଡା ଟେଲକୋ କଲୋନୀ ୪, ନୟାପଲ୍ଲୀ, ଭରତପୁର ୨, ଲକ୍ଷ୍ମୀନଗର ୧, ପୋଖରିପୁଟ ୧, ଗଜପତି ନଗର ୧, କଳ୍ପନା ସ୍କୋୟାର ୧, ୟୁନିଟ-୧ରୁ ୧, ନୟାପଲ୍ଲୀ ତିନାଥ ବସ୍ତ୍ରୀ ୮, ନୟାପଲ୍ଲୀ କଳିଙ୍ଗ ଏନକ୍ଲେଭ ୧, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ୧, ମିଡିଆ ହାଉସର ୮, ଶୈଳଶ୍ରୀ ବିହାର୨, ପାତ୍ରପଡା ୨ ପଜିଟିଭ ବାହାରି ଛନ୍ତି ।
ସେହିପରି ଲୋକାଲ ସଂକ୍ରମିତଙ୍କ ମଧ୍ୟରେ ଲକ୍ଷ୍ମୀବିହାର ବସ୍ତ୍ରୀର ଘରୋଇ ହସ୍ପିଟାଲ କର୍ମଚାରୀ ଜଣେ, ଚିନ୍ତାମଣୀଶ୍ୱରରୁ ଜଣେ, ବୋମିଖାଲ, ବିଶ୍ୱଶ୍ୱେରୀ ବସ୍ତୀରୁ ୧, ସାଲିଆ ସାହିରୁ ୨, ଡୁମୁଡୁମା ମା ମଙ୍ଗଳା ବସ୍ତୀରୁ ୧, ଇଷ୍ଟ କୋଷ୍ଟ ରେଳବାଇର ୧, ସହିଦ ନଗରରୁ ୧, ଗଙ୍ଗନଗର ମଙ୍ଗଳା ବସ୍ତୀରୁ ୧, ନୟାପଲ୍ଲୀ ବେହେରାସାହିରୁ ଜଣେ, ନୂଆସାହିରୁ ୨, ଗଜପତି ନଗର ଘରୋଇ ହସ୍ପିଟାଲରୁ ୧, ଚକେଇସିଆଣିରୁ ଜଣେ, ଏକ ଘରୋଇ ହସ୍ପିଟାଲର ୩, ଓଲ୍ଡ ଟାଉନ, ବଡଦାଣ୍ଡ ସାହିରୁ୧, ଆଇଆରସି ଭିଲେଜ ତ୍ରିନାଥ ବସ୍ତ୍ରୀରୁ ୧, ପଲାଶୁଣୀ, ରସୁଲଗଡରୁ ୧, ରସୁଲଗଡ ପାଲାମଣ୍ଡପରୁ ୧, ସହିଦନଗରରୁ ୧, ସରକାରୀ ହସ୍ପିଟାଲରୁ ୧, ସାଲିଆ ସାହିରୁ ୨, ପାତ୍ରପଡା ଫୁଲେଶ୍ୱରୀ ବସ୍ତୀ ୧, ନୟାପଲ୍ଲୀ ଆଇଡି ମାର୍କେଟ ନିକଟରୁ ୧, ଲକ୍ଷ୍ମୀ ସାଗରରୁ୧, ୟୁନିଟ-୯ ନିକୋ ପାର୍କରୁ ୧, ଘରୋଇ ହସ୍ପିଟାଲର ଜଣେ, ଆଇଆରସି ଭିଲେଜ ଏନ-୫ରୁ ୧, ବୁଧେଶ୍ୱରୀ କଲୋନୀରୁ ୨୦, ଡୁମୁଡୁମା, ହାଉସିଂବୋର୍ଡ କଲୋନୀରୁ ୧, ୟୁନିଟ-୧ରୁ ଜଣେ, କଳିଙ୍ଗ ନଗର, କେ-୨ରୁ ୧, ପଟିଆ ଶିଶୁ ବିହାରରୁ ୧, ବିଜେବି ନଗର ମହିଷା ଖାଇ ବସ୍ତୀରୁ ୧, ଡୁମୁଡୁମା, ରଘୁନାଥପୁର ନଗରରୁ ୨, କୋଳଥିଆ ଖଣ୍ଡଗିରିରୁ ୧, ପାଲାମଣ୍ଡପ ରସୁଲଗଡ ୧, ନୟାପଲ୍ଲୀ ସିତାପୁର ବସ୍ତ୍ରୀରୁ ୧, ଶିରିପୁର, ନୂଆସାହିରୁ ଜଣେ, ସତ୍ୟ ବିହାର ପଳାଶୁଣୀରୁ ଜଣେ, ସରକାରୀ ହସ୍ପିଟାଲରୁ ଜଣେ, ନୟାପଲ୍ଲୀରୁ ଜଣେ, ଡେଲଟା କଲୋନୀ୧, ସୂର୍ଯ୍ୟନଗର ବସ୍ତୀରୁ ଜଣେ, ସାଲିଆସାହି ନିଳାଚକ୍ର ନଗରରୁ ୧, ସରକାରୀ ହସ୍ପିଟାଲରୁ ୨ ଚିହ୍ନଟ ହୋଇଛନ୍ତି ।

Related posts

ଗୁହାଳ ଘରେ ନିଆଁ ଲାଗି ଗାଈ ମୃତ

mahabharatanews

ରାଜଧାନୀରେ ଗ୍ୟାସ ଏଜେନ୍ସି କର୍ମଚାରୀ କରୋନା ଚିହ୍ନଟ

mahabharatanews

କାଳିମାଡ଼ ଘଟଣା; ଭାସ୍କର ସାହୁଙ୍କୁ ଛାଡିଲା ପୋଲିସ

mahabharatanews