ଓଡିଶାଯୋଗାଯୋଗଵାଣିଜ୍ୟ

ରାଜ୍ୟରେ ଦୀର୍ଘ ବର୍ଷ ଧରି ଉଠିଥିବା ଦ୍ୱନ୍ଦ ଦୂର କଲେ ସରକାର

ଏଥର ସହଜ ହେବ ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆଗରୁ ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାବେଳେ ଏବେ ଏ ଦ୍ୱନ୍ଦ ଦୂର ହୋଇଛି । ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜିକରଣ କରାଯିବ । ତେବେ ୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା । ଏଣିକି ୨୦ ହଜାର ଟଙ୍କାରେ ଆସୋସିଏନସ ଅଫ ଆଲଟି ବା ବାସଗୃହ କ୍ରେତା ସଂଘ ନାଁରେ କମନ ଏରିଆ ପଞ୍ଜିକରଣ ହୋଇପାରିବ । ଯେହେତୁ ଏନେଇ ଗତବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related posts

ଭିତର କାଠରେ ରକ୍ତ ଛିଟା, ଘଣ୍ଟାଏ କାଳ ଦର୍ଶନ ବନ୍ଦ

mahabharatanews

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

mahabharatanews

ଏହି ସବୁ ସ୍ଥାନରେ ମନ୍ତ୍ରୀ କଲେ ପତାକା ଉତ୍ତୋଳନ

mahabharatanews