ଭାରତ

ଆଉ ନାହିଁ ‘ଚାଣକ୍ୟ’

(ହାଇଦ୍ରାବାଦ) : ଆଖି ବୁଜିଲା ହାଇଦ୍ରାବାଦର ପ୍ରସିଦ୍ଧ ନେହରୁ ପ୍ରାଣୀ ଉଦ୍ୟାନରେ ଏକ ବିଶାଳ ବୃଦ୍ଧ କଇଁଛ ‘ଚାଣକ୍ୟ’। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ୧୨୫ ବର୍ଷୀୟ ଚାଣକ୍ୟର ବୟସଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି। ଗତ ୧୦ ଦିନ ହେଲା ସେ ଖାଇବା ବନ୍ଦ କରିଦେଇଥିଲା।

ସୂଚନାନୁଯାୟୀ , ଏହି ଚିଡ଼ିଆଖାନା ଉଦ୍‌ଘାଟନ ପରଠାରୁ ‘ଚାଣକ୍ୟ’ ଦର୍ଶକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା। ଚିଡ଼ିଆଖାନା ଅଧିକାରୀଙ୍କ କହିବା ଅନୁଯାୟୀ ଚାଣକ୍ୟକୁ ମିଠା ଆଳୁ ଓ ପାଳଙ୍ଗ ବହୁତ ପସନ୍ଦ ଥିଲା। ଗତ କିଛି ଦିନ ହେଲା, ସେ କିଛି ଖାଇନଥିବାରୁ ସମସ୍ୟା ବଢ଼ିଥିଲା। ଶନିବାର ସକାଳେ ଚିଡ଼ିଆଖାନାର କର୍ମଚାରୀମାନେ ପରିସର ସଫା କରିବାକୁ ଯାଇଥିବା ବେଳେ ଦେଖିଥିଲେ ଯେ ଶୋଇଥିବା ଅବସ୍ଥାରେ ଚାଣକ୍ୟର ମୃତ୍ୟୁ ଘଟିଛି।

Related posts

ଗୁପଚୁପ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାତ୍ମକ ଆକ୍ରମଣ

mahabharatanews

ପ୍ରାର୍ଥୀ ତାଲିକା ଘୋଷଣା କଲା ୱାଇଏସଆର କଂଗ୍ରେସ

mahabharatanews

 ଆସନ୍ତାବର୍ଷ ଲଞ୍ଚ ହେବ ଶୁକ୍ରଯାନ  

mahabharatanews