କିନ୍ନୌର: ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାରେ ବୁଧବାର ହୋଇଥିବା ଭୂସ୍ଖଳନରେ ଗୋଟିଏ ବସ ଓ ବହୁ ଗାଡି ମାଟି ଅତଡା ଭିତରେ ଫସିବା ଫଳରେ ଏଯାବତ୍ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ଜଣେ ଶିଶୁ ଅଛନ୍ତି ଓ ଏକ ଅଜ୍ଞାତ ମୃତଦେହ ରହିଛି । । ଆହୁରି ୫୦ ଜଣରୁ ଅଧିକ ପାହାଡ ତଳେ ଚାପି ରହିଥିବା ଆଶଙ୍କା କରାଯ ଏହି ଭୂସ୍ଖଳନର ଏକ ଭିଡିଓ ସାମ୍ନାକୁ ଆସିଛି । ପାହାଡରୁ ପ୍ରଥମେ ପଥର ତଳକୁ ଖସିଥିଲା। ତାପରେ ପାହାଡର ଏକ ବଡ ଅଂଶ ୫ ନମ୍ବର ରାଜପଥ ଓ ନଦୀକୁ ଖସି ପଡିଥିଲା।
ରାଜ୍ୟ ବିପର୍ୟ୍ୟୟ ପ୍ରବନ୍ଧନ ନିର୍ଦ୍ଦେଶକ ସୁଦେଶ କୁମାରଙ୍କ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୮ଜଣ ଗୋଟିଏ ଟାଟା ସୁମୋରେ ଥିଲେ। ହରିଦ୍ୱାର ଯାଉଥିବା ହିମାଚଳ ସଡକ ପରିବହନ ନିଗମର ଏକ ବସ ପାହାଡ଼ ତଳେ ଚାପି ହୋଇ ରହିଛି। ଏକ ବୋଲେରୋ ମଧ୍ୟ ଫସି ରହିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁମାର କହିଛନ୍ତି । ଦୁଇଟି ଗାଡି ପଥର ଖଣ୍ଡ ସହ ତଳକୁ ଖସି ଯାଇଥିବା ଆଶଙ୍କା କରାଯାଉଛି। ଗୋଟିଏ ଟ୍ରକ ନଦୀ କୂଳକୁ ଖସି ଯାଇଥିଲା ଓ ଟ୍ରକ ଚାଳକର ଶବ ଉଦ୍ଧାର ହୋଇଛି। ଏକ ଅଲ୍ଟୋ କାର ମଧ୍ୟ ଜବତ ହୋଇଛି ଯାହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।
ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ତରଫରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଭୂସ୍ଖଳନ ସ୍ଥିତି ସମ୍ପର୍କରେ କଥା ହୋଇଛନ୍ତି। ଉଦ୍ଧାର କାର୍ୟ୍ୟରେ ସବୁ ସହାୟତା କରିବାକୁ ମୋଦି ଆଶ୍ୱାସନା ଦେଇଛନ୍ତି।
