ଓଡିଶା

‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ

(ମହାଭାରତ)ଭୁବନେଶ୍ୱର: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକା ପ୍ରିୟଙ୍କା ରେଡ୍ଡୀଙ୍କୁ ମିଳିଲା ନ୍ୟାୟ । ଆଜି ପୋଲିସ ଏନକାଣ୍ଟରରେ ନିହତ ହେଲେ ସମ୍ପୃକ୍ତ ଚାରି ଅଭିଯୁକ୍ତ । ଏନେଇ ଆଜି ବଲିଉଡ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବଲିଉଡର ବରିଷ୍ଠ କଳାକାର ଋଷି କପୁର ନିଜର ଟୁଇଟରରେ ଲେଖିଛନ୍ତି ‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ।’

ବରିଷ୍ଠ ଅଭିନେତା ଅନୁପମ ଖେର ନିଜର ଟୁଇଟରରେ ଲେଖିଛନ୍ତି ‘ପ୍ରିୟଙ୍କା ରେଡିଙ୍କ ସହ ଗଣ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୁଲିସ୍ ଏନକାଉଣ୍ଟର କରିଥିବାରୁ ଅଭିନନ୍ଦନ ଏବଂ ଜୟ ହୋ ତେଲେଙ୍ଗାନା ପୁଲିସ୍।’ ଯେଉଁମାନେ ଏହି ଜଘନ୍ୟ ଅପରାଧୀଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ କଠୋର ଶାସ୍ତି ଲାଗି ଦାବି କରିଥିଲେ, ସେମାନେ ମୋ’ ସହିତ ଜୋରରେ କୁହନ୍ତୁ ଜୟ ହୋ’
ଠିକ୍ ସେହିପରି ବଲିଉଡର ଜଣାଶୁଣା ଅଭିନେତା ଡିନୋ ମୋରେଆ ନିଜର ପ୍ରତିକ୍ରିୟା ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି ‘ଉପଯୁକ୍ତ ନ୍ୟାୟ ମିଳିଛି।’

Related posts

ଆଜି ରାଜ୍ୟରେ ୧୩୨୦ ପଜିଟିଭ ବାହାରିଲେ

mahabharatanews

ଅସୁସ୍ଥ ଅଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

mahabharatanews

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା 

mahabharatanews