ଓଡିଶା

୨୪ ଘଣ୍ଟାରେ ୧୩୮୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯୮ଜଣ କ୍ବାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫୮୭ଜଣ ସ୍ଥାନୀୟ ପଜିଟିଭ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୭୨୭୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଅନୁଗୁଳ ଜିଲ୍ଲାରୁ ୮୮ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬ଜଣ, ବରଗଡ଼ ଜିଲ୍ଲାରୁ ୫୫ଜଣ, ଭଦ୍ରକ ଜିଲ୍ଲାରୁ ୩୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୧୦୯ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୩ଜଣ, ଜଗତସିଂହପୁର ଜିଲ୍ଲାରୁ ୫୦ଜଣ, ଯାଜପୁର ଜିଲ୍ଲାରୁ ୨୩ଝଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୯ଜଣ, କଳାହାଣ୍ଡି ଜିଲ୍ଲାରୁ ୫୦ଜଣ, କନ୍ଧମାଳ ଜିଲ୍ଲାରୁ ୧୧ଝଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୨ଜଣ, କେନ୍ଦୁଝର ଜିଲ୍ଲାରୁ ୫୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୫୯ଜଣ, କୋରାପୁଟ ଜିଲ୍ଲାରୁ ୨୮ଜଣ, ମାଲକାନଗିରି ଜିଲ୍ଲାରୁ ୨୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୧ଜଣ, ନୟାଗଡ଼ ଜିଲ୍ଲାରୁ ୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୮୮ଜଣ, ପୁରୀ ଜିଲ୍ଲାରୁ ୩୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୦ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ, ଷ୍ଟେଟ ପୁଲ୍‌ରୁ ୩୧ଜଣ ରହିଛନ୍ତି ।

Related posts

ଅଳିଆଗଦା ନିଆଁରେ ଶିଶୁ କନ୍ୟାର ମୃତ୍ୟୁ

mahabharatanews

ଏନଟିପିସି, କଣିହାଁ ପକ୍ଷରୁ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳିତ

mahabharatanews

ପ୍ରବଳ ବର୍ଷାର ସମ୍ଭାବନା, ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

mahabharatanews