ଓଡିଶାପାଣିପାଗ

ଏଥର ପୂଜାରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର : ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅକ୍ଟୋବର ୧ ତାରିଖରୁ ଉତ୍ତର-ପୂର୍ବ ତତସଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପ୍ରଭାବରେ ୨,୩ ତାରିଖରୁ ବର୍ଷାର ସମ୍ଭବନା ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ।

ତେବେ ବର୍ଷା ସମ୍ଭାବନା ଏଥର ଦଶହରା ପୂଜାକୁ ଫିକା କରିଦେଇପାରେ । କୋଭିଡ୍ କଟକଣା ପାଇଁ ଗତ ୨ ବର୍ଷ ହେବ ଦଶହରା ପୂଜା ଆଡମ୍ବରରେ କରାଯାଉନଥିଲା । ଚଳିତ ବର୍ଷ ବିନା କଟକଣାରେ ଆଡମ୍ବରରେ ହେଉଛି ଦେବୀ ଦୁର୍ଗାଙ୍କ ପୂଜା । ଆଉ ଏଭଳି ସମୟରେ ବର୍ଷାର ସମ୍ଭାବନା ଲୋକଙ୍କୁ ନିରାଶ କରିଛି । ଏଥର ପୂଜା ବଜାର ବର୍ଷା ପାଇଁ ଫିକା ପଡିବାର ଆଶଙ୍କ ସୃଷ୍ଟି ହୋଇଛି ।

କିଛି ଜିଲ୍ଲାରେ ଆସନ୍ତା କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏହାବାଦ ୨୮ ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

 

Related posts

୧୦ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ

mahabharatanews

ବିଜେପି ଜାତୀୟ ସାଧାରଣ ସମ୍ପାଦିକା ଡି .ପୂରେନ୍ଦେଶ୍ୱରୀ ଙ୍କ ରାୟଗଡା ଜିଲ୍ଲା ଗସ୍ତ

mahabharatanews

 ୩୦ ଲକ୍ଷ ଟଙ୍କା ସହ ଜଣେ ଅଟକ

mahabharatanews