ଭାରତ

ହଠାତ କଳାମୟ ହୋଇଗଲା ଆପାର୍ଟମେଣ୍ଟ ବିଲ୍ଡିଂ

(ସ୍ପେନ): ହୁ ହୁ ହୋଇ ଜଳିଗଲା  ଆପାର୍ଟମେଣ୍ଟ ବିଲ୍ଡିଂ  । ପୂର୍ବ ସ୍ପେନର ଭାଲେନ୍ସିଆରେ ଥିବା ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡରେ ୧୯ ଜଣ ନିଖୋଜ ଅଛନ୍ତି । ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟ ଥିବା ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିଥିଲେ ।

ସୂଚନାନୁଯାୟୀ , ଅଗ୍ନିଶମ କର୍ମଚାରୀମାନେ ଏକ କ୍ରେନ୍ ସାହାଯ୍ୟରେ ଦୁଇ ଜଣଙ୍କୁ ବାଲକୋନିରୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଭାଲେନ୍ସିଆର ସହକାରୀ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଜର୍ଜ ସୁଆରେଜ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । କ୍ରୀଡ଼ା ଜଗତରେ ଲେଖାହେଲା ନୂଆ ଅଧ୍ୟାୟ, ୬୬୦କୋଟିର କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ସ୍ପେନର ସାମରିକ ଜରୁରୀକାଳୀନ ସେବା ୟୁନିଟ୍ର କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି । ଏହି ଅଗ୍ନିକାଣ୍ଡ କାରଣରୁ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି ।

Related posts

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

ଜାଣନ୍ତୁ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ସମୟ 

mahabharatanews