ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୪୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୧୩୭ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ହୋଇଥିବା ବେଳେ ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫୬୨ ଆକ୍ଟିଭ ମାମଲା ରହିଛି।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ୧୭ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ହୋଇଥିବା ସମୟରେ ଏନଡିଆରଏଫର ଦୁଇ ଜଣ କର୍ମଚାରୀ ଆକ୍ରାନ୍ତ ଅଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୨ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ଜଣ, ଖୋର୍ଦ୍ଧାରୁ ୧୬ଜଣ, ନୟାଗଡ଼, ବାଲେଶ୍ୱରରୁ ୧୩ଜଣ, ସୁନ୍ଦରଗଡ଼ରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କଳାହାଣ୍ଡିରୁ ୬ଜଣ, ସମ୍ବଲପୁରରୁ ୫ଜଣ, ଭଦ୍ରକରୁ ୪ଜଣ, ଢ଼େଙ୍କାନାଳରୁ ୩ଜଣ, କେନ୍ଦୁଝରରୁ ୨ଜଣ,ଜଗତସିଂହପୁର, ଅନୁଗୁଳରୁ, ଝାରସୁଗୁଡ଼ାରୁ, ବରଗଡ଼ରୁ, ବଲାଙ୍ଗୀରରୁ ଜଣେ ଲେଖା, ଚିହ୍ନଟ ହୋଇଛନ୍ତି।
previous post
next post
