(କଟକ) : ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ୧ରେ ଶିବରାତ୍ରି ହେତୁ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ରହିଛି । ତେବେ ଏହାରି ଭିତରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଚଳିତ ବର୍ଷ ମଧ୍ୟ ଜାଗର ଯାତ୍ରା ଧୂମଧାମରେ ପାଳିତ ହେବେ ନାହିଁ । ଭକ୍ତଙ୍କ ଲାଗି ଧବଳେଶ୍ବର ପୀଠରେ ୧୪୪ ଧାରା କଟକଣା ଲାଗୁ କରାଯାଇଛି।
ସୂଚନାନୁଯାୟୀ , ଏକ ତାରିଖ ସକାଳ ୫ଟା ରୁ ୨ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଜାଗର ଯାତ୍ରାରେ ଧବଳେଶ୍ବର ପୀଠରେ ଭକ୍ତଙ୍କ ଅଧିକ ଭିଡ ହେବ। କୋଭିଡ ଗାଇଡ ଲାଇନ ପାଳନ କରିବାରେ ସମସ୍ୟା ସୃଷ୍ଟି ହେବ । ସେଥିପାଇଁ ଏହି କଟକଣା ଜାରି କରାଯାଇଛି। ତେବେ ପୂଜକ ସମିତି ପକ୍ଷରୁ ଓ ସେବାୟତଙ୍କ ଦ୍ବାରା ନିତିକାନ୍ତି ସମାପନ କରାଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।