ଓଡିଶା

୧୫୦ରେ ପହଁଚିଲା ପିଆଜ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚଳିତ ବର୍ଷ ପିଆଜ ଦର ଇତିହାସ ରଚନା କରିଛି । ଦେଶର ସର୍ବକାଳୀନ ପିଆଜ ରେକର୍ଡ କରିଛି । ଆଜି କଟକ ଛତ୍ରବଜାରରେ ପିଆଜ ଦର ୧୪୦ ଟଙ୍କା ଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ କିଲୋପିଛା ୧୨୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି ।
ପିଆଜ ଆମଦାନୀ ଏକ ପ୍ରକାର ବନ୍ଦ ହୋଇ ଯାଇଛି । ତେଣୁ ଷ୍ଟକରେ ଯେତିକି ପିଆଜ ରହିଛି ତାର ଦର ବୃଦ୍ଧି ଘଟିଛି । ଗତକାଶଲି ଛତ୍ରବଜାରରେ ପିଆଜ ଦର ୧୨୦ ଟଙ୍କା ଥିଲା । କିନ୍ତୁ ଆଜି ଛତ୍ରବଜାରରେ ପିଆଜ ୧୪୦ ଟଙ୍କାରେ ବିକ୍ରି ହେଉଛି । ତେଣୁ ଛତ୍ରବଜାର ଉପରେ ନିର୍ଭରକରୁଥିବା ସ୍ଥାନଗୁଡିକରେ ପିଆଜ ଦର ୧୫୦ଟଙ୍କାରୁ ଅଧିକ ହେବା ସ୍ୱାଭାବିକ ।
ନାସିକ ଓ ଆନ୍ଧପ୍ରଦେଶରୁ ନୂଆ ପିଆଜ ଆସିଥିଲେ ମଧ୍ୟ ପିଆଜ ଦରରେ କୌଣସି ଲଗାମ ଲାଗୁ ନାହିଁ । ତେଣୁ ଅଧିକାଂଶ ପରିବାରରେ ପିଆଜ ସ୍ୱପ୍ନ ହୋଇଯାଇଛି । ଲୋକେ ବିନା ପିଆଜରେ ଖାଦ୍ୟ ପ୍ରସ୍ତୁତ କରିବା ଶିଖୁଛନ୍ତି । ସେହିପରି ନିକଟ ଭବିଷ୍ୟତରେ ପିଆଜ ଦର କମିବାର ସମ୍ଭାବନା ନ ଥିବା ବ୍ୟବସାୟୀମାନେ କହୁଛନ୍ତି । ଏବେ ପିଆଜ ବେଦନା, ସେଓ ଦରକୁ ମଧ୍ୟ ଟପି ଗଲାଣି ।

Related posts

ଏମ୍ସ ହସ୍ପିଟାଲରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ ପ୍ରକ୍ରିୟା

mahabharatanews

ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କିତ ଆଲୋଚନା

mahabharatanews

ଜଗତସିଂହପୁରରେ ବିଜେଡି ସୁପ୍ରିମୋଙ୍କ ଜୋରଦାର ନିର୍ବାଚନ ପ୍ରଚାର

mahabharatanews