(ଓମ ପ୍ରକାଶ ମିଶ୍ର)ସୋନପୁର: ୧୫ତମ ପାତାଳୀ ମହୋତ୍ସବ ଉଦ୍ ଘାଟିତ ହୋଇଯାଇଛି। ପ୍ରଥମ ରଜନୀରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛୋଟ ଛୋଟ କଳାକାରଙ୍କ ଦ୍ୱାରା ନୄତ୍ୟ ପରିବେଷଣ ହୋଇଥିଲା।ଆଜି ପ୍ରଥମ ରଜନୀରେ ଉଦଘାଟିନୀ ଉତ୍ସବରେ ସୋନପୁର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା-ସୋନପୁର ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ,ପାତାଳୀ ପରିକ୍ରମା କରିଥିଲେ।ବହିର ସମୀକ୍ଷକ ଶ୍ରୀଯୁକ୍ତ ସୈ।ରଭ ରଞ୍ଜନ ଖମାରୀ,ଉଲୁଣ୍ଡା ବିଡିଓ ଶ୍ରୀଯୁକ୍ତ ନିଳାମ୍ବର ମହାନନ୍ଦ,ଉଲୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଏକ୍ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସଯୋଜନାରେ ପାତାଳୀ ପରିକ୍ରମା ବହି ଉନ୍ମୋଚନ ହୋଇଥିଲା।୫୬ପ୍ରହରୀ ନାମ କିର୍ତ୍ତନ ,ଅଖଣ୍ଡ ଘୃତଯଜ୍ଞ ,ସପ୍ତାହ ପାରାୟଣ,ମୀନାବଜାର,ଧର୍ମମଭା,ସାସ୍କୃତିକ କାର୍ୟ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି ।ପାତାଳୀ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତର କୁମାର ପାତ୍ର ଓ ସମସ୍ତ ଟ୍ରଷ୍ଟ ସଦସ୍ୟ ଉପସ୍ଥିତ ଥିଲେ ।ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁତ ମାତ୍ରାରେ ଦର୍ଶକଙ୍କ ଭିଡ ଜମିଥିଲା ।
previous post
next post
