ଓଡିଶା

ତ୍ରିରଙ୍ଗା ପତକାକୁ ମାଓବାଦୀଙ୍କ ବିରୋଧ

(ମହାଭାରତ): ସାଧାରଣତନ୍ତ୍ର ଦିବସକୁ ବିରୋଧ କଲେ ମାଓବାଦୀ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ୨ଟି ପୋଷ୍ଟର ଦେଖିବାକୁ ମିଳିଛି । ବଲାଙ୍ଗୀର-ବରଗଡ଼ ସୀମାଞ୍ଚଳରେ ଏପରି ପୋଷ୍ଟର ପାଇ ଲୋକେଙ୍କୁ ଉପସ୍ଥିତି ଜାହିର କରିଛନ୍ତି । ପୋଷ୍ଟରରେ ସାଧାରଣତନ୍ତ୍ର ଦିବସକୁ ନକ୍ସଲମାନେ ବିରୋଧ କରି କଳାପତାକା ଉଡ଼ାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହାସହିତ ଗଣତନ୍ତ୍ର ନାଁରେ ହିଟଲର ଶାସନ ଚାଲିଛି ଏବଂ ସର୍ବହରା ମାନେ ଅବହେଳିତ ହୋଇ ରହୁଛନ୍ତି ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା। ପୋଷ୍ଟରରେ ନବଜନକ୍ରାନ୍ତି ଜିନ୍ଦାବାଦ, ବିଶ୍ୱ ସର୍ବହରା କ୍ରାନ୍ତି ଜିନ୍ଦାବାଦ ଲେଖାଯାଇଥିବା ବେଳେ ଶେଷରେ ବି.ବି.ଏମ ଡିଭିଜନ ବା ବଲାଙ୍ଗିର-ବରଗଡ- ମହାସମୁନ୍ଦ ଡିଭିଜନ କମିଟି ଲେଖାଯାଇଥିଲା। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍‌ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Related posts

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

mahabharatanews

‘ଫରକ ପଡ଼ିବ ନାହିଁ ଟମାଟୋ ମାଡ଼’ : କାର୍ତ୍ତିକ ପାଣ୍ଡିଆନ

mahabharatanews

 ପିପିଲି ଟୋଲ ଗେଟ୍ ନିକଟରେ ଗୁଳି ଚାଳନା , କର୍ମଚାରୀ ଆହତ  

mahabharatanews