ଓଡିଶା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୬ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୭୮୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
୧୯୦୪ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୯, ବାଲେଶ୍ୱର ଜିଲ୍ଲାରୁ ୯୦, ବରଗଡ଼ ଜିଲ୍ଲାରୁ ୩୫, ଭଦ୍ରକ ଜିଲ୍ଲାରୁ ୧୯, ବଲାଙ୍ଗୀର ଜିଲ୍ଲାରୁ ୬୬, ବୌଦ୍ଧ ଜିଲ୍ଲାରୁ ୨୪, କଟକ ଜିଲ୍ଲାରୁ ୧୧୧, ଢେଙ୍କାନାଳ ଜିଲ୍ଲାରୁ ୫୦, ଦେଓଗଡ଼ ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୩୯, ଜଗତସିଂହପୁର ଜିଲ୍ଲାରୁ ୭୩, ଯାଜପୁର ଜିଲ୍ଲାରୁ ୪୯, ଝାରସୁଗୁଡ଼ା ଜିଲ୍ଲାରୁ ୫୧, କଳାହାଣ୍ଡି ଜିଲ୍ଲାରୁ ୭୬, କନ୍ଧମାଳ ଜିଲ୍ଲାରୁ ୧୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬, କେନ୍ଦୁଝର ଜିଲ୍ଲାରୁ ୫୬, ଖୋର୍ଦ୍ଧା ଜିଲ୍ଲାରୁ ୨୨୧, କୋରାପୁଟ ଜିଲ୍ଲାରୁ ୩୬, ମାଲକାନଗିରି ଜିଲ୍ଲାରୁ ୩୦, ମୟୁରଭଞ୍ଜ ଜିଲ୍ଲାରୁ ୯୦, ନବରଙ୍ଗପୁର ଜିଲ୍ଲାରୁ ୪୩, ନୟାଗଡ଼ ଜିଲ୍ଲାରୁ ୩୨, ନୂଆପଡ଼ା ଜିଲ୍ଲାରୁ ୧୨୮, ପୁରୀ ଜିଲ୍ଲାରୁ ୪୯, ରାୟଗଡ଼ା ଜିଲ୍ଲାରୁ ୧୭, ସମ୍ବଲପୁର ଜିଲ୍ଲାରୁ ୪୪, ସୋନପୁର ଜିଲ୍ଲାରୁ ୭୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୦, ଷ୍ଟେଟ ପୁଲ୍‌ରୁ ୪୩ ରହିଛନ୍ତି ।

Related posts

ହାତୀର ଆତ୍ମା ଶାନ୍ତି ପାଇଁ ହେଲା ନାମଯଜ୍ଞ ଓ ରୁଦ୍ରାଭିଷେକ

mahabharatanews

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

mahabharatanews

ମହାବିନାୟକ ପୀଠରେ ପ୍ରସିଦ୍ଧ ବିଶ୍ଵଶାନ୍ତି ମହାଯଜ୍ଞ

mahabharatanews