ଓଡିଶା

ଗଛରେ ପିଟିହେଲା ସ୍କର୍ପିଓ, ଜଣେ ମୃତ ୨ ଗୁରୁତର

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଝରାଡି ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରୋଗୀ ଧରି କଟକ ବଡ ମେଡିକାଲ ଆସୁଥିବା ବେଳେ ଏକ ସ୍କର୍ପିଓ ଗାଡି ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ନେଇ ଆସୁଥିବା ଜଣେ ପୁରୁଷ ଓ ମହିଳା କଟକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଝରାଡିରୁ ଏକ ସ୍କର୍ପିଓରେ ଜଣେ ରୋଗୀଙ୍କୁ ତାଙ୍କ ପୁତୁରା, ଭଉଣୀ ଓ ଅନ୍ୟ ଜଣେ ସମ୍ପର୍କୀୟ କଟକ ମେଡିକାଲ ଆଣୁଥିଲେ । କିନ୍ତୁ କୁଡୁମା ଛକ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏହି ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେଇଥିଲେ । ପରେ ସମସ୍ତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁର୍ଘଟଣାର ଶିକାର ହୋଇଥିବା ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Related posts

ତାଳଚେର ଝିଅ ପିଙ୍କିନା ଓଜେଇଇରେ ଟପର୍

mahabharatanews

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

mahabharatanews

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews