ଓଡିଶା

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

(ଭୁବନେଶ୍ୱର) :  ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଜୁଲାଇ ୩ତାରିଖରୁ ଜୁଲାଇ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ , ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ବିଦ୍ୟାଳୟର ମୁଖ୍ୟମାନେ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡକୁ ଡାଉନ୍‌ଲୋଡ୍‌ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 

Related posts

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

ସହିଦ ସପ୍ତାହ: ସୁରକ୍ଷା ବାହିନୀ ଗୁଳିରେ ଏକାଧିକ ନକ୍ସଲ ମୃତ୍ୟୁ

mahabharatanews

ଆଖି ବୁଜିଲା ହଳଦିଆ ଆନାକୋଣ୍ଡା

mahabharatanews