ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କକୁ ଆଜି ଉଦ୍ଘାଟନ କରିଛନ୍ତି । ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସେ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କେଜରିୱାଲ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ।
କେଜରିୱାଲ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, କୋଭିଡ-୧୯ରୁ ସୁସ୍ଥ ହୋଇଥିବା ୧୮ରୁ ୬୦ ବର୍ଷର ବ୍ୟକ୍ତି, ଯେଉଁମାନଙ୍କର ଓଜନ ୫୦ ବା ଅଧିକ ହୋଇଥିଲେ ସେମାନେ ପ୍ଲାଜମା ଦାନ କରିପାରିବେ । ତେବେ ପ୍ରସୂତି ଓ ସଂଘାତିକ ରୋଗରେ ଆକ୍ରାନ୍ତ ପ୍ଲାଜମା ଦେଇ ପାରିବେ ନାହିଁ । ସେ ଆହୁରି କହିଛନ୍ତି, ମଧୁମେହ, ଉଚ୍ଚଚାପ, କକର୍ମଟ, ଯକୃତ, ବୃକକ ଓ ହୃଦରୋଗରେ ପୀଡିତ ଲୋକ ପ୍ଲାଜମା ଦେଇ ପାରିବେ ନାହିଁ । କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳପ୍ରଦ ହୋଇଥିବା ବେଳେ ଲୋକେ ପ୍ଲାଜମା ପାଇବାରେ ସମସ୍ୟା ଭୋଗୁଛନ୍ତି । ଏହି ପ୍ଲାଜମା ବ୍ୟାଙ୍କ ସେତେବେଳେ ସଫଳ ହେବ, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟକ ଲୋକ ପ୍ଲାଜମା ଦାନ କରନ୍ତି ।
ଯେଉଁମାନେ ପ୍ଲାଜମା ଦାନ କରିବାକୁ ସକ୍ଷମ ଓ ଦାନ କରିବାକୁ ଇଛାୟୀ, ସେମାନେ ୧୦୩୧ ନମ୍ବରକୁ କଲ ବା ୮୮୦୦୦୦୭୭୨୨ ନମ୍ବରକୁ କଲ କରିପାରିବେ । ଆମ ଡାକ୍ତରମାନେ ସେମାନଙ୍କ ସମ୍ପର୍କରେ ରହିବେ ଓ ଆପଣଙ୍କ ସକ୍ଷମତ।। ନେଇ ସୂଚନା ଦେବେ ବୋଲି କେଜରିୱାଲ କହିଛନ୍ତି ।
ପ୍ଲାଜମା ବ୍ୟାଙ୍କ ଆଇଏଲବିଏସ ହସ୍ପିଟାଲରେ ଖୋଲିଛି । କରୋନା ପାଇଁ କୌଣସି ଟୀକ।। ବିକାଶ ହେବା ପର୍ଯ୍ୟନ୍ତ ପ୍ଲାଜମା ଥେରାପି ସହାୟକ ହେବ ଓ କରୋନା ମୃତ୍ୟୁ ସଂଖ୍ୟା କମିବ ବୋଲି କେଜରିୱାଲ କହିଛନ୍ତି ।
previous post