ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ସରକାର ଜଣାଇଛନ୍ତି କି, ଦେଶରେ ବର୍ତ୍ତମାନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ତଥା ବିଭିନ୍ନ ଘରୋଇ ହସ୍ପିଟାଲରେ ୨.୧୮ କୋଟି ଅବ୍ୟବହୃତ କରୋନା ଟୀକା ଉପଲବ୍ଧ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଘରୋଇ ହସ୍ପିଟାଲରେ ବ୍ୟବହାର ପାଇଁ ୨,୧୮,୧୦,୪୨୨ ଟୀକା ଉପଲବ୍ଧ ରହିଛି । ମନ୍ତ୍ରୀ ଆହୁରି କହିଛନ୍ତି, ଏହି ସବୁ ଟୀକା କେନ୍ଦ୍ର ପକ୍ଷରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗଇ ଦିଆଯାଇଛି ଓ ୧,୨୦,୭୦,୮୨୦ ଟୀକା ଏବେ ପାଇପଲାଇନରେ ରହିଛି । ଆଜି ସକାଳ ୮ଟା ସୁଦ୍ଧ।। ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ବ୍ୟବହୃତ ଓ ନଷ୍ଟ ଟୀକା ସଂଖ୍ୟା ୪୪, ୨୯,୯୫,୭୮୦ରେ ପହଞ୍ଚିଛି ।
୨୦୨୧ ଜୁନ ୨୧ ରୁ ସାର୍ବଜନୀନ ନୂତନ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସାର୍ବଜନୀନ ଟୀକାକରଣରେ ଯୋଜନାରେ କେନ୍ଦ୍ର ସରକାର ୭୫% ଟୀକା ଉତ୍ପାଦନ ଓ ଯୋଗାଣ କରୁଥିବା ବେଳେ ବାକି ବିଦେଶରୁ ଆମଦାନୀ କରାଉଛି ।