Uncategorized

ବିନା ପୋଷାକରେ ବରଫ ଭିତରେ ଯୋଗକରୁଛନ୍ତି ବିଦ୍ୟୁତ୍‌ ଜାମଓ୍ଵାଲ, ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’

ମୁମ୍ବାଇ : ବଲିଉଡର ଦମଦାର ଆକ୍ଟର ଭାବେ ଜଣାଶୁଣା ବିଦ୍ୟୁତ ଜାମଓ୍ଵାଲ। ଫିଲ୍ମରେ ଭରପୂର ଧମାକେଦାର ଆକ୍ସନ ସିନ୍‌ କରନ୍ତି ବିଦ୍ୟୁତ। ବିଦ୍ୟୁତ ଏବେ ନିଜର ଅପକମିଂ ଫିଲ୍ମ ‘ଖୁଦା ହାପିଜ୍‌; ଚାପ୍ଟର ୨’ର ପ୍ରମୋସନ କରିବାରେ ବ୍ୟସ୍ତ ରହିଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓରେ ବିଦ୍ୟୁତ ହିମାଳୟର ୬ ଫୁଟ ଗଭୀର ବରଫ ଭିତରେ ନିଜକୁ ଢାଙ୍କିଥିବା ନଜର ଆସିଛନ୍ତି।

ସାର୍ଟଲେସ ହୋଇ ନିଜେ ବରଫ ଭିତରେ ବସିଛନ୍ତି। ଆଉ ଏହି ସମୟରେ କଲାରିପୟାଟୁ ଅଭ୍ୟାସ କରୁଥିବା ନଜର ଆସିଛନ୍ତି।ଏହି ଭିଡିଓକୁ ସେୟାର କରି ବିଦ୍ୟୁତ କ୍ୟାପସନ ଲେଖିଛନ୍ତି, ‘ କଲାରିପୟାଟୁ କହିଥାଏ, ଆପଣଙ୍କ ଭିତରେ ଯୋଗ୍ୟ ଉଦୟ ଅପେକ୍ଷାରେ ରହିଛି। ବିଦ୍ୟୁତ ଜାମଓ୍ଵାଲ ଏବେ ‘ଖୁଦା ହାପିଜ ୨’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ଶିବଲେଖା ଓବରୟ ମୁଖ୍ୟ ଭୂମିକାରେ ନଜର ଆସିବେ। ତାଙ୍କର ଏ ଭଳି ପୋଷ୍ଟ ଦେଖି ଲୋକେ ପଚାରୁଛନ୍ତି ‘କେମିତି ସହିଲେ ଏତେ ଥଣ୍ଡା’।

Related posts

ଭାରତୀୟ ବଂଶୋଦ୍ଭବ ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ଡିନ ନିଯୁକ୍ତ

mahabharatanews

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରେ ୫୦ ବର୍ଷ ବୟସରୁ ଊଦ୍ଧ୍ୱର୍ ପାଇବେ କରୋନା ଟୀକା

mahabharatanews

ESW ସଂରକ୍ଷଣରେ ବାଜିଲା ସୁପ୍ରିମକୋର୍ଟଙ୍କ ମୋହର

mahabharatanews