ଅପରାଧ

୨ କେଜି ୪ ଶହ ଗ୍ରାମର ବ୍ରାଉନ ସୁଗାର ଜବତ

ଜଳେଶ୍ୱର/ ଅଜିତ ସାହୁ: ଜଳେଶ୍ଵର ଥାନା, ଝାଡଶ୍ୱରପୁର ବସ୍ତି ଅଞ୍ଚଳରେ ଥିବା ହୋଟେଲ ଡାଇମଣ୍ଡ ଉପରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ। ପୃଥକ ପୃଥକ ଭାବେ ୨ କେଜି ୪ ଶହ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହିତ ,୩ ଜଣକୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ। ଅବକାରୀ ବିଭାଗ ୧ କେଜି ୧୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରି , ମୁକ୍ତାର ଅଲ୍ଲୀ ଖାନ ନାମକ ଜଣେ ବ୍ୟବସାୟୀ କୁ ଗିରଫ କରିଥିବା ବେଳେ, ଜଳେଶ୍ୱର ପୋଲିସ ୧ କେଜି ୨୮୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହିତ ୨ ଜଣକୁ ଗିରଫ କରି ପୃଥକ ପୃଥକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି। ଏହି ଚଢଉପରେ ୩୫ ଜଣିଆ ଟିମ ନିୟୋଜିତ ଥିଲା ।

 

Related posts

ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

mahabharatanews

ବାପାଙ୍କୁ ଗୋଡାଇ ପିଟି ମାରିଦେଲା ପୁଅ

mahabharatanews

ମାଲବାହୀ ଟ୍ରକରେ ଆସୁଛି ବେଆଇନ ବନ୍ଧୁକ,୨୦ ହଜାର ଟଙ୍କାରେ ମିଳୁଛି ବନ୍ଧୁକ

mahabharatanews