ଅପରାଧ

ସେବାୟତ ବେଶରେ ଭଣ୍ଡ: ସିଂହଦ୍ୱାର ଥାନାରେ ଅଟକ

ପୁରୀ: ଆଜି ଶ୍ରୀଜଉମାନଙ୍କ ସ୍ନାନ ଯାତ୍ରା ରୀତି ନୀତିରେ ସମ୍ପନ୍ନ ହୋଇଛି । କିନ୍ତୁ କରୋନା ପାଇଁ ଚଳିତ ଯ।।ତ୍ରା ଭକ୍ତ ବିହିନ ପାଳିତ ହୋଇଛି । ଏଥିନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି ହୋଇଥିଲା । ଏହା ସତ୍ତେ୍ୱ କିନ୍ତୁ ନିୟମକୁ ଉଲ୍ଲଘଂନ କରାଯାଇଛି । ଏହି ନିୟମ ଉଲ୍ଲଙ୍ଘନକାରୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ଏମାନେ କଟକ ନେମାଳ ଅଞ୍ଚଳର ୩ ଜଣ, ଯିଏ ସେବାୟତ ବେଶରେ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟାକରିଥିଲେ ।
ଏକ ସ୍କର୍ପିଓ ଗାଡିରେ ନେମାଳ ଅଚ୍ୟୁତାନନ୍ଦ ଆଶ୍ରମର ୩ ଜଣ ସେବାୟତ ବେଶରେ ପୁରୀ ଯାଇଥିଲେ । ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ବାର ପର୍ୟ୍ୟନ୍ତ ଯିବାରେ ସକ୍ଷମ ହୋଇଥିଲେ । ଉପସ୍ଥିତ ପୋଲିସ କର୍ମଚାରୀ ସେମାନଙ୍କୁ ଦେଖି ସନ୍ଦେହ କରିଥିଲେ ଓ ସେମାନଙ୍କୁ ଧରି ସିଂହଦ୍ବାର ଥାନାକୁ ନେଇଯାଇଥିଲେ । ସେଠାରେ ସେମାନଙ୍କୁ ଅଟକ ରଖାଯାଇଛି। ତେବେ ଧରାପଡିବା ପରେ ସେମାନେ ପୁଲିସକୁ କହିଛନ୍ତି କି ଶ୍ରୀମନ୍ଦିରରୁ ମହାପ୍ରସାଦ ନେବା ପାଇଁ ସେମାନେ ଆସିଥିଲେ ।

Related posts

ସିଲମପୁର-ଜାଫରାବାଦ ହିଂସା ଘଟଣାରେ ୬ ଗିରଫ

mahabharatanews

ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

Leave a Comment