ଅପରାଧ

ହରିଣ ମାଂସ ଜବତ, ୧ ଗିରଫ

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ କଂଶାରଡିଆ ଜଙ୍ଗଲରୁ ୧୦ କେଜି ହରିଣ ମାଂସ ଜବତ କରାଯାଇଛି । ଏହି ଘଟଣାରେ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବତିଘର ଅଞ୍ଚଳର ସୁନିଲ ପରମାଣିକ ବୋଲି ଜଣାପଡିଛି । କଂଶାରଗଡିଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରାଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା । ଗତ ମଙ୍ଗଳବାର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏଠାରେ ଚଢାଉ କରି ୧୦ କେଜି ହରିଣ ମାଂସ ଜବତ କରିଥିଲା । ଚଢାଉ ବେଳେ ଦୁଇ ଜଣ ଶିକାରୀ ଖସି ପଳାଇଯାଇଥିବା ବେଳେ ଅନ୍ୟ ଜଣେ ବନ ବିଭାଗ ହାତରେ ଧରା ପଡିଥିଲା ।

Related posts

୨୯୭ କିଲୋ ଗଞ୍ଜେଇ ଜବତ: ଦୁଇ ଅଭିଯୁକ୍ତ ଗିରଫ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews

୪ ଘଣ୍ଟା ଧରି ମମତା ପଣ୍ଡାଙ୍କୁ ଜେରା

mahabharatanews