ଓଡିଶାଶିକ୍ଷା

ଅନ୍ଲାଇନ ଓ ଅଫଲାଇନ ହେବ +୨ଖାତା ଦେଖା

ଭୁବନେଶ୍ୱର: ସରିଛି +୨ ପରୀକ୍ଷା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ ଚାଲିବାକୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରୁ ମେ’୭ତାରିଖ ପର୍ଯ୍ୟନ୍ତ ହେବବେଲେି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ଚଳିତ ବର୍ଷ ମଧ୍ୟ ଉଭୟ ଅନ୍ଲାଇନ ଓ ଅଫଲାଇନ ହେବ ଖାତାଳ ଦେଖା । ମାର୍ଚ୍ଚ ୧ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଏଥର କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥିନିମନ୍ତେ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଥିଲା।

Related posts

କାଲିଠୁ ରାଜ୍ୟର ୫ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଜଳିଗଲା ଗଞ୍ଜେଇ ଗାଡ଼ି

mahabharatanews

ହାଇକୋର୍ଟରେ ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା

mahabharatanews