ଓଡିଶା

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର, ଗାଈଗୋରୁ ଜୀବନ୍ତ ଦଗ୍ଧ

ଚଣ୍ଡିଖୋଲ: ଯାଜପୁର ଜିଲ୍ଳାରେ ପୁଣି ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଜଳି ଭସ୍ମୀଭୁତ ହୋଇଯାଇଛି ୨ ବଖରା ଘର । ଏତିସହିତ ଗୃହପାଳିତ ପଶୁ ମଧ୍ୟ ନିଆଁରେ ପୋଡି ହୋଇଯାଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ତାନା ଅନ୍ତର୍ଗତ ଚହଟା ଗ୍ରାମରେ ଘଟିଯାଇଛି ଏଭଳି ଏକ ଭୟାବହ ଅଗ୍ନିକାଣ୍ଡ । ଗାଁର ମତୁନ ବିବିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ହଠାତ ନିଆଁ ଲାଗିଯିବାରୁ ଦୁଇ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି ।
ଘର ସହିତ ଗାଈ, ଛେଳି, କୁକୁଡା ଆଦି ଗୃହପାଳିତ ପଶୁମାନେ ମଧ୍ୟ ଜଳି ଯାଇଥିବା ସୂଚନା ମିଳିଛି, କିଛି ଗାଈଗୋରୁ ଆହତ ମଧ୍ୟ ହୋଇଛନ୍ତି । ତେବେ ନଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଭୟାବହ ଅଗ୍ନିକାଣ୍ଡରେ ବହୁ ଧନ ଜୀବନ ନଷ୍ଟ ହୋଇଛି ।

Related posts

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ୍ ସେବା

mahabharatanews

ବଡ ଦିନ ପାଇଁ ବିଭିନ୍ନ ଛକରେ ଚେକିଂ ସହିତ ଫ୍ଳାଗ ମାର୍ଚ୍ଚ

mahabharatanews