ଓଡିଶା

୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ

(ଭୁବନେଶ୍ୱର) :  ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ କରାଯାଇଛି । ତେବେ ପ୍ରବଳ ଖର, ଗୁଳୁଗୁଳି ସତ୍ତ୍ୱେ ଲୋକଙ୍କ ମଧ୍ୟରେ ମତଦାନ ପାଇଁ ଉତ୍ସାହ ଦେଖିବାକୁ ମିଳୁଛି ।

ସୂଚନାନୁଯାୟୀ , ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨%, କେନ୍ଦୁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ ପ୍ରତିଶତ. ମୟୂରଭଞ୍ଜରେ ୨୧.୨୪%, ନୟାଗଡ଼ରେ ୧୯.୩୦%, ପୁରୀରେ ୨୧.୬୪%, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ସେପଟେ ନବୀନ ନିବାସରୁ ଚାଲିଚାଲି ଆସି ଭୋଟ ଦେଲେ ବିଜେଡି ସୁପ୍ରିମୋ ।

 

Related posts

 ୨୧ ସୁଦ୍ଧା ଲଘୁଚାପରେ ସମ୍ଭାବନା

mahabharatanews

ଯୁକ୍ତ ଦୁଇ ନାମଲେଖା ଆବେଦନର ଆଜି ହେଉଛି ଶେଷ ଦିନ

mahabharatanews

ଦେଶରେ ୨୪ ଘଣ୍ଟାରେ ଗଲା ୧୨୬ ଜୀବନ

mahabharatanews