ଓଡିଶା

ଭୁବନେଶ୍ବରରୁ ଆଉ ୨୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ଆଉ ୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ ୩ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲର ହୋଇଥିବ ବେଳ ୨ଜଣ ଚନ୍ଦ୍ରଶେଖରପୁର ନିଳାଦ୍ରି ବିହାର ଅଞ୍ଚଳର ଓ ଅନ୍ୟ ଆକ୍ରାନ୍ତ ଜଣଙ୍କ ଶୈଳଶ୍ରୀ ବିହାର ହୋଇଥିବା ଜଣାପଡ଼ିଛି ।
ଭୁବନେଶ୍ବରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି । ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି ।

Related posts

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ବାଲୁକା କଳାରେ ପୁଲୱାମା ଶହୀଦଙ୍କୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

ପେଟି ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews