ଓଡିଶା

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଯୋଗାଇ ଦିଆଯିବ ୨୭.୮୮୭ ହେକ୍ଟର ଜଙ୍ଗଲ ଜମି

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି । ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ପୁରୀ ଜଙ୍ଗଲ ବିଭାଗ ତରଫରୁ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ  ୨୭.୮୮୭ ହେକ୍ଟର ଜମି ଯୋଗାଇ ଦିଆଯିବ । ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ ଷ୍ଟେଜ୍-୧ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Why an international airport at Puri will be a boon for Odisha

କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ କିଛି ସର୍ତ୍ତ ସହିତ ଅନୁମତି ଦେଇଛନ୍ତି । ନୀତିଗତ ଭାବେ ରାଜି, କିନ୍ତୁ ଚୂଡ଼ାନ୍ତ ଅନୁମତି ପୂର୍ବରୁ କିଛି ନିୟମ ପାଳନ କରିବାକୁ ପଡ଼ିବ । କ୍ଷତିପୂରଣ ହେଉଥିବା ପାଇଁ ଅନ୍ୟ ସ୍ଥାନରେ ନୂଆ ଗଛ ଲଗାଇବାକୁ ହେବ । ଜଙ୍ଗଲ ଜମି ବ୍ୟବହାର ପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ହେବ । ସ୍ଥାନୀୟ ପ୍ରଶାସନ ଏବଂ ଆବଶ୍ୟକ ସ୍ଥଳେ ଜନଜାତିଙ୍କ ସହମତି ନେବା । ଜୀବଜନ୍ତୁ ଓ ପରିବେଶର ଯତ୍ନ ନେବା ପାଇଁ ବ୍ୟବସ୍ଥା କରିବା । ରାଜ୍ୟ ସରକାର କିମ୍ବା ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ କରିବେ । ଏହାପରେ ଷ୍ଟେଜ୍-୨ ବା ଚୂଡ଼ାନ୍ତ ଅନୁମତି ପାଇଁ ଆବେଦନ କରିପାରିବେ । ଷ୍ଟେଜ୍-୨ ପରେ ସମ୍ପୂର୍ଣ୍ଣ ଆଇନଗତ ଅନୁମତି ମିଳିବ । ବିମାନବନ୍ଦରର ନିର୍ମାଣ କାମ ଆରମ୍ଭ ହୋଇପାରିବ । ତେଣୁ, ପୁରୀ ବିମାନବନ୍ଦର ପାଇଁ ଏହା ଏକ ଶୁଭ ସଙ୍କେତ ।

Jagannath Puri Airport - Details And Latest News

Related posts

୧୦୦ ଫୁଟ୍ ଧସିଲା ବୈତରଣୀ ନଦୀବନ୍ଧ

mahabharatanews

ପକ୍ଷାଘାତ ରୋଗୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି, ବାଧକ

mahabharatanews

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews