ଭାରତ

ଅଚାନକ ଘାଟିରୁ ଖସିଗଲା ବସ , ୨୭ ମୃତ

  (ମେକ୍ସିକୋର) : ଅଚାନକ ଘାଟୀରୁ ଖସିଗଲା ବସ  । ଫଳରେ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବୁଧବାର ଦିନ ମେକ୍ସିକୋର ଦାକ୍ଷିଣାତ୍ୟ ରାଜ୍ୟ ଉହାକାରେ ପାହାଡ଼ୀ ରାସ୍ତାରେ ଯାଉଥିବା ଗୋଟାଏ ଯାତ୍ରୀବାହୀ ବସ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଖାଇକୁ ଖସି ପଡ଼ିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ।

ସୂଚନାନୁଯାୟୀ , ୨୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଚିକିତ୍ସା ନିମନ୍ତେ ଆହତ ହୋଇଥିବା ଆଉ ୧୭ଜଣ ଯାତ୍ରୀଙ୍କୁ ସେ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିଲେ ବି ଦୁର୍ଘଟଣାର ପ୍ରକୃତ ସ୍ୱଷ୍ଟ ହୋଇନାହିଁ ।

Related posts

ଜାହାଙ୍ଗୀରପୁରୀ ହିଂସା କାଣ୍ଡ : ୨ ଅଭିଯୁକ୍ତ ଗିରଫ

mahabharatanews

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews

ଚେନ୍ନାଇ ବିମାନବନ୍ଦରର ନୂତନ କୋଠାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

mahabharatanews