ଭାରତ

ଜାହାଙ୍ଗୀରପୁରୀ ହିଂସା କାଣ୍ଡ : ୨ ଅଭିଯୁକ୍ତ ଗିରଫ

(ଦିଲ୍ଲୀ) : ଜାହାଙ୍ଗୀରପୁରୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ପୋଲିସ । ଘଟଣାରେ ଏବେ ଆଉ ୨ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମ୍‌ ବ୍ରାଞ୍ଚ । ଗିରଫ ଦୁଇ ଅଭିଯୁକ୍ତ ସମ୍ପର୍କୀୟ ଭାଇ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଜାଫର୍‌ ଏବଂ ବାବୁଦ୍ଦୀନ । ଏହି ଦୁଇ ଅଭିଯୁକ୍ତ ଘଟଣା ଦିନ ଶୋଭାଯାତ୍ରା ବେଳେ ଲୋକଙ୍କ ଉପରକୁ କାଚ ବୋତଲରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । କେବଳ ସେତିିକି ନୁହେଁ ଗିରଫ ଅଭିଯୁକ୍ତ ଦୁଇ ଜଣ ଖଣ୍ଡା ଧରି ବୁଲାଇଥିବା ମଧ୍ୟ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଅନସାର୍‌ ସହ ଏମାନେ ବିଭିନ୍ନ ସମୟରେ ଅପରାଧିକ ଷଡଯନ୍ତ୍ର ରଚୁଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୋଲିସ । ଜାହାଙ୍ଗୀରପୁରୀ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ ।

Related posts

କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟିଲା ମୋଦୀଙ୍କ ଫଟୋ

mahabharatanews

ବୁଷ୍ଟର ଡୋଜ ଭାବେ କୋର୍ବେଭାକ୍ସର ବ୍ୟବହାର: ମଞ୍ଜୁରୀ ଦେଲେ ଡିସିଜିଆଇ

mahabharatanews

ଜୀବନ ପ୍ରତି ବିପଦ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପଦକ୍ଷେପ ନେଲା ଜେଲ୍ ପ୍ରଶାସନ

mahabharatanews