ଓଡିଶା

ଆଜି ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ବି ଦୈନିକ କରୋନା ସଂକ୍ରମଣ ତଳମୁହାଁ ରହିଛି । ଆଜି ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୬, ୬୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୫, ୪୫୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୯୮୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

 

Related posts

ରାଷ୍ଟ୍ରପତିଙ୍କୁ ଚିଠି ମାଧ୍ୟମରେ କ୍ଷମା ମାଗିଲେ ଅଧୀର

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews

ହି ଦିନଠାରୁ ଖୋଲିବ ଲୋକ ଭବନ , ଜାଣନ୍ତୁ କପରି ଫ୍ରିରେ ସୁନ୍ଦର ପରିବେଶକୁ ଉପଭୋକ କରିବେ

mahabharatanews