ଓଡିଶା

ପିକନିକ୍ ହେଲା କାଳ: ପାଣିରେ ବୁଡି ୨ ଇଞ୍ଜିନିୟରିଂ ଛାତ୍ର ମୃତ

(ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଦେବଝରଣ ୱାଟରଫଲ ଠାରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାକୁ ପିକନିକ୍ କରିବାକୁ ଆସିଥିବା କିଛି କଲେଜ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ଏଠାକୁ ଗାଧୋଇବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗାଧୋଇବା ବେଳେ ବୁଡି ଯାଉଥିବା ଦେଖି ଅନ୍ୟ ଜଣେ ଛାତ୍ର ଉଦ୍ଧାର କରିବାକୁ ଯାଇଥିଲେ । ବୁଡି ଯାଉଥିବା ଛାତ୍ରଙ୍କ ହାତ ଧରି ଉଦ୍ଧାର କରିବା ବେଳେ ଅନ୍ୟ ଯୁବକ ଜଣକ ଭାରସାମ୍ୟ ହରାଇ ପାଣିରେ ବୁଡି ଯାଇଥିଲେ । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ଇଞ୍ଜିନିୟରିଂ ଛାତ୍ର ଦ୍ୱୟ ଦୁଇ ସାଙ୍ଗ । ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟପ୍ରଦେଶ ଭୋପାଳର ହୋଇଥିବା ବେଳେ ଅନ୍ୟ ଜଣକ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟ ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ପିଲାମାନେ ଆଜି ପିକ୍ନିକ୍ କରିବା ପାଇଁ ଦେବଝରଣ ୱାଟରଫଲ ଯାଇଥିଲେ । ସେମାନଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ ୱାଟରଫଲକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଜଣେ ଛାତ୍ର ବୁଡି ଯାଉଥିଲେ । ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । କିନ୍ତୁ ତାଙ୍କୁ ବଞ୍ଚାଇବାରେ ବିଫଳ ହେବା ସହ ଉଦ୍ଧାର ବେଳେ ସାଙ୍ଗଙ୍କ ହାତ ଧରି ପାଣିରେ ବୁଡି ଯାଇଥିଲେ ।

Related posts

ମେ’ ରେ ହେବ କଲରାପତରିଆ ବାଘ ଗଣନା

mahabharatanews

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲ୍ଲାଶିକ୍ଷା ବିଭାଗର ୪୦ ଲକ୍ଷ ୨୫ ହଜାର ଦାନ

mahabharatanews