ଖେଳ

ବିଶ୍ୱ ବକ୍ସିଂ ପ୍ରତିଯୋଗିତାରେ ଭାରତକୁ ୩ କାଂସ୍ୟ ପଦକ

ତାସକେଣ୍ଟ : ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ୩ଟି କାଂସ୍ୟ ପଦକ ମିଳିଛି । ନିଶାନ୍ତ ଦେବ (୭୧ କେଜି), ଦୀପକ ଭୋରିଆ (୫୧ କେଜି) ଏବଂ ମହମ୍ମଦ ହୁସାମୁଦିନ (୫୭ କେଜି) କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଗୁରୁବାର କ୍ବାର୍ଟର ଫାଇନାଲ୍ ବେଳେ ଆଣ୍ଠୁ ଜନିତ ଆଘାତ ଯୋଗୁଁ ହୁସାମୁଦ୍ଦିନ ଶୁକ୍ରବାର ସେମିଫାଇନାଲ୍ରୁ ଓହରିଯାଇଥିଲେ। ଫଳରେ ତାଙ୍କ କ୍ୟୁବା ପ୍ରତିଦ୍ବନ୍ଦ୍ବୀ ସାଇଡେଲ ହୋର୍ତାଙ୍କୁ ୱାକ୍ଓଭର ମିଳିଯିବାରୁ ହୁସାମୁଦ୍ଦିନ କାଂସ୍ୟରେ ଅଟକି ଯାଇଥିଲେ। ଅନ୍ୟପକ୍ଷରେ ଭୋରିଆ ସେମିଫାଇନାଲ୍ ଲଢ଼େଇରେ ଦୁଇଥର ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ଫ୍ରାନ୍ସର ବିଲାଲ ବେନ୍ନାମାଙ୍କ ନିକଟରୁ ୩-୪ରେ ହାରିଯାଇଥିଲେ। ସେହିପରି ନିଶାନ୍ତ ଦେବ ସେମିଫାଇନାଲ୍ରେ ଏସୀୟ ବିଜେତା କାଜାକସ୍ତାନ ଯୋଦ୍ଧା ଅସ୍ଲାନବେକ୍ ସିମବରଜେନୋଭ୍ଙ୍କ ନିକଟରୁ ୨-୫ରେ ପରାସ୍ତ ହୋଇଥିଲେ। ଏଥି ସହିତ ଭାରତ ମଧ୍ୟ ପଦକ ତାଲିକାରେ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛି।

Related posts

ପୁଣି ଥରେ ଏକ ନମ୍ବର ସ୍ଥାନରେ ‘ହିଟମ୍ୟାନ’

mahabharatanews

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

mahabharatanews

ଘରୋଇ ଭାରତ ଓ ବିଶ୍ୱ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ବିଗ୍ ଫାଇଟ୍

mahabharatanews