ଓଡିଶା

ସୁରୁଖୁରୁରେ ନୀତିକାନ୍ତି ସମ୍ପନ୍ନ: ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ

ଭୁବନେଶ୍ୱର: ସମସ୍ତ ନୀତି ନିୟମ ମଧ୍ୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ନୀତିକାନ୍ତି । ନାକଚଣାଠାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ତିନି ରଥ । ପହଣ୍ଡି ବିଜେ ପରେ ଗଜପତି ମହାରାଜା ତିନି ରଥର ଛେରାପହଁରା ସମ୍ପନ୍ନ କରିସାରିଛନ୍ତି । ଚାରମାଳ ଖୋଲା ପରେ ଗଡିବ ତିନି ରଥ ।
ନିର୍ଦ୍ଧାରିତ ସମୟ ପୂର୍ବରୁ କରୋନା କଟକଣା ଭିତରେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୋହଣ । ସକାଳୁ ସକାଳୁ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସ୍ଥାପନା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ। ଏହାପରେ ଧାଡ଼ି ପହଣ୍ଡିରେ ଜଗଜନନୀ ମା ସୁଭଦ୍ରା ରଥକୁ ବିଜେ କରିଥିଲେ। ଶେଷରେ ଶ୍ରୀ ଜଗନ୍ନାଥ ଗହଳ ଲାଗଇ ଆଗେଇ ଚାଲିଥିଲେ ନନ୍ଦିଘୋଷ ଅଭିମୁଖେ । ଏହାପରେ ଗଜପତି ମହାରାଜା ଛେରା ପହଁରା ସମ୍ପନ୍ନ କରିଛନ୍ତି । ତିନି ରଥରେ ରଜ୍ଜୁ ସଂଲଗ୍ନ କରାଯିବା ସହ ଚାରମାଳ ଖୋଲି ସରିଲେ ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ ବଳଦେବଙ୍କ ତାଳଧ୍ୱୋଜ ରଥ ଟଣା କାର୍ଯ୍ୟ

 

Related posts

ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

mahabharatanews

ରାଜ୍ୟରେ ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

mahabharatanews

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଓଡ଼ିଶା ଗସ୍ତ

mahabharatanews