ଓଡିଶା

ବଜ୍ରାଘାତରେ ଚାଲିଗଲା ୩ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି ହୃଦୟବିଦାରକ ଘଟଣା । ବ୍ରଜାଘାତରେ ଚାଲିଯାଇଛି ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । ଛେଳି ଚରାଉଥିବା ବେଳେ ହଠାତ୍ ବର୍ଷର୍ା ହେବାରୁ ଏକ ଗଛ ମୂଳରେ ସେମାନେ ଆଶ୍ରୟ ନେଇଥିଲେ । କିନ୍ତୁ ଗଛ ମୂଳରେ ଛିଡ଼ା ହୋଇଥିବା ଅବସ୍ଥାରେ ହଠାତ୍ ବଜ୍ରପାତ ହୋଇଥିଲା ।
ଚାନ୍ଦୁଆ ଥାନା ଅଧୀନ ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ସାଥୀ ହୋଇ ଘରଠାରୁ କିଛି ଦୂରରେ ଛେଳି ଚରାଉଥିଲେ। ଛେଳି ଚରାଇବା ବେଳେ ହଠାତ୍ ବର୍ଷା ହୋଇଥିଲେ। ତିନି ଜଣ ଯାକ ବର୍ଷାରୁ ବର୍ତ୍ତିବାକୁ ଗୋଟିଏ ଗଛ ମୂଳରେ ଛିଡା ହୋଇଥିଲେ । ହଠାତ୍ ବଜ୍ରପାତ ହୋଇଥିଲା ଓ ୩ ଜଣ ଯାକ ସେଠାରେ ଅଚେତ ହୋଇ ପଡିଥିଲେ । ଲୋକେ ସେମାନଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ ନେଇଯାଇଥିଲେ, କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଚରୁଥିବା ଛେଳିଙ୍କ ମଧ୍ୟରୁ ୧୮ରୁ ମୃତ୍ୟୁବରଣ କରିଛନ୍ତି ।

 

Related posts

ମିଶନ ଶକ୍ତି ଋଣ ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ

mahabharatanews

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

mahabharatanews

ମଣିଷ ଖିଆ କୁମ୍ଭୀରର ଉତ୍ପାତ: ପୁଣି ଟାଣିନେଲା ଜଣଙ୍କୁ  

mahabharatanews