ଓଡିଶା

ପୁରୀରେ ଜବତ ହେଲା ୩ କେଜି ବ୍ରାଉନସୁଗାର

ପୁରୀ: ପୁରୀରେ ଜବତ ହେଲା ୩ କେଜି ବ୍ରାଉନ ସୁଗାର । ପୁରୀ ମଙ୍ଗଳାଘାଟ ଛକରୁ ଜବତ କରାଯିବା ସହ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ବାସେଳିସାହି ଥାନା ପୋଲିସ । ଏହି ଧଳା ଜହରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବାସେଳି ସାହି ଥାନା ପୁଲିସ୍ ଏବଂ ପୁରୀ ଏସଟିଏଫ ମିଳିତ ଉଦ୍ୟମରେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଛି । ଘଟଣାରେ କିଙ୍ଗପିନ୍ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ଓ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ । ଏମାନେ ସମସ୍ତେ ପୁରୀର ଯୁବକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଏସପି ସୂଚନା ଦେଇଛନ୍ତି। ପୋଲିସ ନଣ୍ଡାଠାରୁ ୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରିଛି । ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ।

Related posts

ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews

ବିବାଦ ଘେରରେ ଭଦ୍ରକ ବରପଦା, ବଢୁଛି ସମସ୍ୟା

mahabharatanews

ଗୋପପୁରରେ ଏବର୍ଷ ରଜ ମହୋତ୍ସବ ଧୁମଧାମରେ ପାଳିତ ହେବ

mahabharatanews