ଅପରାଧଓଡିଶା

ରେଲୱେ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

(ମହାଭାରତ, କଣ୍ଟାବାଞ୍ଜି): ବ୍ୟାପକ ସଚେତନତା ସତ୍ତେ୍ୱ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଗୁରୁବାର ସକାଳୁ ତୁରକେଲା ରେଳ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ସମସ୍ତ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କିଏ ଓ କେଉଁଠାକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ଖୋଳତାଡ ଜାରି ରଖିଛି । ଉଲ୍ଲେଖଯୋଗ୍ୟ, ଗତ ବୁଧବାର କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ ।

Related posts

୨୪ ଘଣ୍ଟାରେ ରାଜ୍ୟରୁ ୧୦ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ମଧ୍ୟରାତ୍ରରେ ଭାତ ଚଟୁରେ ପିଟି ପିଟି କରିଛି ହତ୍ୟା କରି ନୃଶଂସ ସ୍ୱାମୀର ଆତ୍ମସମର୍ପଣ

mahabharatanews

୨୨ରୁ ବସ୍ ମାଲିକ ସଂଘଙ୍କ ପ୍ରତିବାଦ 

mahabharatanews