ଅପରାଧଓଡିଶା

ରେଲୱେ ଷ୍ଟେସନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର

(ମହାଭାରତ, କଣ୍ଟାବାଞ୍ଜି): ବ୍ୟାପକ ସଚେତନତା ସତ୍ତେ୍ୱ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ କମିବାର ନାଁ ଧରୁନି । ବେଆଇନ ଭାବେ ଦାଦନ ଚାଲାଣ ସମୟରେ ଗୁରୁବାର ସକାଳୁ ତୁରକେଲା ରେଳ ଷ୍ଟେସନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ସମସ୍ତ ଶ୍ରମିକ ବେଳପଡା ବ୍ଲକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ୧୪ ଜଣ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କିଏ ଓ କେଉଁଠାକୁ ଚାଲାଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏନେଇ ଖୋଳତାଡ ଜାରି ରଖିଛି । ଉଲ୍ଲେଖଯୋଗ୍ୟ, ଗତ ବୁଧବାର କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିଲେ ।

Related posts

ମାଓବାଦୀଙ୍କ କ୍ୟାମ୍ପ ପାଲଟିଲା ପୋଲିସ ଆଶ୍ରୟସ୍ଥଳୀ

mahabharatanews

ବଣଭୋଜି ପାଇଁ ଆସି ଯୁବକ ନିଖୋଜ

mahabharatanews

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

mahabharatanews