ଓଡିଶା

କାନ୍ଥରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ କାନ୍ଥରେ ପିଟି ହେବାରୁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବୁଧବାର ସକାଳେ ଯୁବକ ଦ୍ୱୟ ବାଇକ୍ ଯୋଗେ ମୌଳାଭଣଞ୍ଜା ଗାଁରୁ ବ୍ରହ୍ମପୁର ଯାଉଥିଲେ । ତେବେ ଦ୍ରୁତଗତିରେ ଯାଉଥିବାରୁ ପୁଞ୍ଜିକୟାଁ ଛକ ନିକଟରେ ଥିବା ଏକ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ଘରର କାନ୍ଥରେ ପିଟି ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ଯୁବକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ ।

Related posts

କାର୍ଯ୍ୟରତ ଓ ତୋଷାଲି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

mahabharatanews

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

mahabharatanews

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews