ଓଡିଶା

ସୋନପୁରରେ ପତାକା ଉତ୍ତଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୋନପୁର: ସଂପ୍ରତି ସାରାଦେଶରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇଥିଲା। ଆଜାଦୀ କା ଅମୃତ ମହୋତ୍ସବ ଲାଗି ହର ଘର ତ୍ରିରଙ୍ଗା ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଲୋକମାନେ ନିଜ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା ରାଷ୍ଟ୍ରମନ୍ତ୍ରୀ ରୋହିତ ପୂଜାରୀ ସୋନପୁର ଜିଲ୍ଲା ମୁଖ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ସମୟରେ ସୋନପୁର ଜିଲ୍ଲାପାଳ, ଏସପିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ପତାକା ଉତ୍ତୋଳନ କରିସାରିବା ପରେ ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଅଭିଭାଦନ ଗ୍ରହଣ କରିସାରିବା ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

Related posts

କେଶରୀ ମଲରେ ଅଗ୍ନିକାଣ୍ଡ

mahabharatanews

କଲବଲ କରୁଛି ଶୀତ , ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି

mahabharatanews

ମହିଳାଙ୍କୁ ଫେବର ମାଗିବା ମହଙ୍ଗା ପଡ଼ିଲା

mahabharatanews